ଅଧାବାଟ ହେଲା ଶେଷ ଠିକଣା, ଡାକ୍ତର ମହିଳାଙ୍କ ଶବ ନିକଟରୁ ମିଳିଲା ଆଉ ଜଣେ ମହିଳାଙ୍କ ପୋଡା ଦେହ by amanprem

View this thread on steempeak.com
· @amanprem ·
$0.75
ଅଧାବାଟ ହେଲା ଶେଷ ଠିକଣା, ଡାକ୍ତର ମହିଳାଙ୍କ ଶବ ନିକଟରୁ ମିଳିଲା ଆଉ ଜଣେ ମହିଳାଙ୍କ ପୋଡା ଦେହ
<center>https://atrnews.in/wp-content/uploads/2019/11/gangrep-in-jaipur-54d05a9c605e4_l_835x547.jpg</center> <br/>ହାଇଦ୍ରାବାଦ ( ଏଟିଆର ବ୍ୟୁରୋ): କିଏ ଜାଣିଥିଲା ଏମିତି ହେବ । କାମ ସାରି ଘରକୁ ଫେରୁଥିବା ବେଳେ ଅଧାବାଟ ହେବ ଶେଷ ଠିକଣା । ମୋ ଗାଡି ଖରାପ ହୋଇ ଯାଇଛି । ମତେ ଭାରି ଭୟ ଲାଗୁଛି । ମୁଁ କଣ କରିବି କିଛି ଜାଣିପାରୁନାହିଁ । ମୁଁ ଏକା ରାସ୍ତାରେ ଏହା ହିଁ ଥିଲା ଶେଷ କଲରେ ତାଙ୍କର ଶେଷ କଥା । ନାଁ ତା ପରେ ଆଉ ଫୋନ ଲାଗିଲା ନାଁ ଯୋଗାଯୋଗ । ହଠାତ ବାଟ ମଝିରୁ ସେ ଉଭାନ ହୋଇଗଲେ । ସାରା ରାତି ପରିବାର ଲୋକ ଯେତେ ଖୋଜା ଖୋଜି କଲେ ମଧ୍ୟ ମିଳିଲା ନାହିଁ ଠିକଣା । ଆଉ ସକାଳୁ ମିଳିଲା ଅଧା ପୋଡା ମୃତ ଦେହ । ହାଇଦ୍ରା ବାଦରେ ଜଣେ ଡାକ୍ତରୀ ମହିଳାଙ୍କ ସହିତ ଘଟିଥିବା ଏହି ଲୋମ ଟାଙ୍କୁରା ଘଟଣାକୁ ନେଇ ଏବେ ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।

ସୂଚନା ଅନୁସାରେ ମହିଳା ଡାକ୍ତର ଜଣଙ୍କ ଗତ ଗୁରୁବାର ରାତିରେ ଡାକତରଖାନାରେ ଡ୍ୟୁଟି ସାରି ଘରକୁ ଫେରୁଥିବା ବଳେ ହଠାତ ଅଧା ରାସ୍ତାରେ ତାଙ୍କ ଗାଡି ଚକା ପନଚର ହୋଇଯାଇଥିଲା । ଏନେଇ ଡାକ୍ତର ନିଜ ଭଉଣୀଙ୍କୁ ଫୋନ କରି ମୁଁ ଏଠାରେ ଏକା ଅଛି । ମତେ ଭୟ ଲାଗୁଥିବା କଥା କହିଥିଲେ । ଫୋନ ପାଇ ପରିବାର ଲୋକ ଉକ୍ତ ସ୍ଥାନରେ ପହଞ୍ଚିବା ପରେ ସେଠାରୁ ଉଭାନ ହୋଇଯାଇଥିଲେ ମହିଳା ଡାକ୍ତର । ସାରା ରାତି ମହିଳାଙ୍କୁ ଖୋଜା ଖୋଜି କରିବା ପରେ ତାଙ୍କର କୌଣସି ଆତାପତ୍ତା ମିଳିନଥିବା ବେଳେ ସକାଳୁ ଅଳ୍ପ ଦୂରରୁ ଉଦ୍ଧାର ହୋଇଥିଲା ତାଙ୍କର ମୃତ ଦେହ । ତେବେ ହୋଇଥିବା ଏହି ଘଟଣାକୁ ନେଇ ଭାରତରେ ନାରୀଟିଏ କେତେ ସୁରକ୍ଷିତ ତାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି । ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ମହିଳା ଡାକ୍ତରଙ୍କ ସହିତ ଦୁଷ୍କର୍ମ କରାଯାଇଛି । ଏହି ଭିତରେ ଆଉ ଗୋଟିଏ କଥା ଏବେ ସାମ୍ନାକୁ ଆସିଛି । ଠିକ ଡାକ୍ତର ମହିଳାଙ୍କ ମୃତ ଦେହ ମିଳିବା ଅଳ୍ପ ଦୂରରୁ ଆଉ ଜଣେ ମହିଳାଙ୍କ ଅର୍ଧଦଗ୍ଧ ମୃତ ଦେହ ମିଳିଛି । ସମାନ ଢଙ୍ଗରେ ଏ ମହିଳା ଜଣଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।
👍  , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , and 1015 others
properties (23)
post_id82,141,465
authoramanprem
permlinkd795elc3cj
categorysteempress
json_metadata{"community":"steempress","app":"steempress","image":["https:\/\/atrnews.in\/wp-content\/uploads\/2019\/11\/gangrep-in-jaipur-54d05a9c605e4_l_835x547.jpg"],"tags":["steempress","blog","atrnews-nationalnewshyedrabad"],"canonical_url":"https:\/\/atrnews.in\/national-news\/crime-india\/hyderabad-doctor-murder-mystery\/"}
created2019-11-30 06:32:36
last_update2019-11-30 06:32:36
depth0
children0
net_rshares4,119,263,489,622
last_payout2019-12-07 06:32:36
cashout_time1969-12-31 23:59:59
total_payout_value0.378 SBD
curator_payout_value0.372 SBD
pending_payout_value0.000 SBD
promoted0.000 SBD
body_length1,443
author_reputation32,692,222,381,271
root_title"ଅଧାବାଟ ହେଲା ଶେଷ ଠିକଣା, ଡାକ୍ତର ମହିଳାଙ୍କ ଶବ ନିକଟରୁ ମିଳିଲା ଆଉ ଜଣେ ମହିଳାଙ୍କ ପୋଡା ଦେହ"
beneficiaries
0.
accountsteempress
weight1,500
max_accepted_payout1,000,000.000 SBD
percent_steem_dollars10,000
author_curate_reward""
vote details (1079)