ସରି ଆସୁଛି ସମୟ, ବଢୁଛି ଭିଡ by amanprem

View this thread on steempeak.com
· @amanprem · (edited)
$0.24
ସରି ଆସୁଛି ସମୟ, ବଢୁଛି ଭିଡ
<center>https://atrnews.in/wp-content/uploads/2019/11/badhuchhi-bhida.png</center> <br/>ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଉ ଦୁଇ ଦିନ ପରେ ପୁଣି ଲାଗୁ ହେବ ନୂଆ ଟ୍ରାଫିକ ନିୟମ । ଏଥିପାଇଁ ଲୋକଙ୍କ ମନରେ ପୁଣି ଛନକା । ଟିକିଏ ନିୟମ ଅବହଳା କରିଲେ ଦେବାକୁ ପଡିବ ମୋଟା ଆକାରର ଫାଇନ । ଏହା ଡରରେ ଲୋକମାନେ ନିଜ ନିଜ କାଗଜପତ୍ର ଠିକ କରିବାରେ ଲାଗିପଡିଲେଣି । ସବୁଠାରୁ ଅଧିକ ଲୋକ ଆରଟିଓ ଅଫିସ ସମ୍ମୁଖରେ ଭିଡ ଲଗାଉଥିବା ଦେଖିବାକୁ ମିଳୁଛୁ । ସମୟ ଯେତେ ସରି ସରି ଆସୁଛି ଆରଟିଓ ଅଫିସ ଆଗରେ ଲୋକଙ୍କ ଭିଡ ସେତିକି ସେତିକି ବଢିବାରେ ଲାଗୁଛି ।

ହାତରେ ଆଉ ସମୟ କମ ଥିବାରୁ ଗାଡି ଚାଳକମାନେ ଲାଇସେନ୍ସ ଓ ଗାଡି ଫିଟନେସ ସାର୍ଟିଫିକେଟ ପାଇବା ପାଇଁ ଆରଟିଓ ଅଫିସ ଆଗରେ ଠେଲା ପେଲା ସହ ବଳ କଷାକଷି କରିବାକୁ ମଧ୍ୟ ପଛାଉନାହାନ୍ତି । ଅଫିସ ୧୦ଟା ବେଳେ ଖୋଲିବାକୁ ଥିବା ବେଳେ ରାତି ତମାମ ଲୋକମାନେ ଅଫିସ ସମ୍ମୁଖରେ ବସିବା ସହ ରାତି ୪ଟା ବେଳୁ ଲମ୍ବାଲାଇନ କରି ଠିଆ ହେଉଥିବାର ଦେଖିବାକୁ ମିଳୁଛି । ଅକ୍ଟୋବର ମାସରେ ଅଚାନକ ଭାବେ ଲାଗୁ ହୋଇଥିବା ନୂଆ ଟ୍ରାଫିକ ନିୟମ ଫଳରେ ଲୋକମାନଙ୍କୁ ଭାରି ଆକାରର ଫାଇନ ଦେବାକୁ ପଡିଥିଲା ।

ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଭାବ ସୃଷ୍ଟି ହେବାରେ ଲାଗିଲା । ଯାହାକୁ ଦେଖି ରାଜ୍ୟ ସରକାର ନିୟମକୁ ୨ମାସ କୋହଳ କରିଥିଲେ । ଏବଂ ଏହି ମଧ୍ୟରେ ସମସ୍ତ କାଗଜ ପତ୍ରକୁ ଠିକ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ନିୟମ କୋହଳ ହେବା ଠାରୁ ଆରଟିଓ ଅଫିସରେ ଯେମିତି ଲୋକଙ୍କର ସୁଅ ଛୁଟିବାରେ ଲାଗିଥିଲା । ଘଣ୍ଟାଘଣ୍ଟା ଲମ୍ବା ଲାଇନରେ ଠଆ ହୋଇଥିଲେ ମଧ୍ୟ କାଉଣ୍ଟର ଅଭାବରୁ ଲୋକମାନଙ୍କ ଠିକ ସମୟରେ କାଗଜ ପତ୍ର ମିଳିପାରୁନାହିଁ । ଯାହା ଫଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହେବା ସହ କୋହଳ ହୋଇଥିବା ସମୟକୁ ଆଉ କିଛି ଦିନ ଘୁଞ୍ଚାଇବାକୁ ଦାବି କରାଯାଉଛି ।
👍  , , , , , , , , , , , , , , , , , , , , ,
properties (23)
post_id82,093,608
authoramanprem
permlinkjfsqx9ydu2
categorysteempress
json_metadata{"community":"steempress","app":"steempress","image":["https:\/\/atrnews.in\/wp-content\/uploads\/2019\/11\/badhuchhi-bhida.png"],"tags":["steempress","blog","atrnews-odisha"],"canonical_url":"https:\/\/atrnews.in\/odisha\/new-motor-vechicle-act-starts-from-december-1-drivers-are-afraid-of-huge-amount-fine\/"}
created2019-11-28 07:08:42
last_update2019-11-28 08:15:21
depth0
children0
net_rshares1,387,079,367,438
last_payout2019-12-05 07:08:42
cashout_time1969-12-31 23:59:59
total_payout_value0.109 SBD
curator_payout_value0.126 SBD
pending_payout_value0.000 SBD
promoted0.000 SBD
body_length1,303
author_reputation32,692,222,381,271
root_title"ସରି ଆସୁଛି ସମୟ, ବଢୁଛି ଭିଡ"
beneficiaries
0.
accountsteempress
weight1,500
max_accepted_payout1,000,000.000 SBD
percent_steem_dollars10,000
author_curate_reward""
vote details (22)