ବିଗ୍ ବସ୍ ସିଜିନ୍ ୧୩ ର ବିଜେତା ହେଲେ ସିଦ୍ଧାର୍ଥ ଶୁକ୍ଳା by amanprem

View this thread on steempeak.com
· @amanprem ·
$0.23
ବିଗ୍ ବସ୍ ସିଜିନ୍ ୧୩ ର ବିଜେତା ହେଲେ ସିଦ୍ଧାର୍ଥ ଶୁକ୍ଳା
<center>https://atrnews.in/wp-content/uploads/2020/02/Siddharth-Shukla-1.jpg</center> <br/>ମୁମ୍ବାଇ (ଏଟିଆର ବ୍ୟୁରୋ): ରିଅଲିଟି ସୋ’ ବିଗ୍ ବସ୍ ୧୩ ସିଜିନ୍ ର ଗ୍ରାଣ୍ଡ ଫିନାଲ ଗତକାଲି ଅନୁଷ୍ଠିତ ହୋଇଯାଇଛି । ପ୍ରକୃତରେ ସିଜିନ୍ ୧୩ ର ବିଜେତା କିଏ ହେବେ ସେନେଇ ଦର୍ଶକଙ୍କ ମଧ୍ୟରେ ଦ୍ୱନ୍ଦ ରହିଥିଲା । ଏବେ ଦର୍ଶକଙ୍କ ଦ୍ୱନ୍ଦ ଦୂର ହୋଇଛି ଏବଂ ଶେଷରେ ବିଜେତାଙ୍କ ନାଁ ଘୋଷଣା କରାଯାଇଛି । ଦୀର୍ଘ ଦିନର ଯାତ୍ରା ପରେ ବିଗ୍ ବସ୍ ସିଜିନ୍ ୧୩ ର ବାଜିମାତ୍ କରିଛନ୍ତି ସିଦ୍ଧିର୍ଥ ଶୁକ୍ଳା । ସେହିପରି ସୋ’ ର ଦ୍ୱିତୀୟ ନଂରେ କଶ୍ମୀରର ମଡେଲ ଆସୀମ ରିୟାଜ ରହିଛନ୍ତି ।

ଏହାସହିତ ସୋ’ର ଶୀର୍ଷ ପ୍ରତିଯୋଗୀ ମଧ୍ୟରେ ରଶ୍ମୀ ଦେଶାଇ, ଶହନାଜ ଗିଲ, ପାରସ ଛାୱଡା ଏବଂ ଆରତୀ ସିଂହ ରହିଥିଲେ । ଗତ କିଛି ସପ୍ତାହ ହେବ ଏହି ସୋ’ ଟିଆରପି ତାଲିକାର ଶୀର୍ଷରେ ରହିଥିଲା । ଗ୍ରାଣ୍ଡ ଫିନାଲର କିଛି ଦିନ ପୂର୍ବରୁ ସିଦ୍ଧାର୍ଥ ଶୁକ୍ଳା ଏବଂ ଆସୀମ ରିୟାଜଙ୍କ ମଧ୍ୟରେ ସୋସିଆଲ ମିଡିଆରେ ପ୍ରତିଯୋଗିତା ଦେଖିବାକୁ ମିଳିଥିଲା । ଯେଉଁଥି ପାଇଁ ଦୁଇ ଭାଗରେ ବାଣ୍ଟି ହୋଇଯାଇଥିଲେ ପ୍ରଶଂସକ ।

ଶନିବାର ରାତି ୯ଟାରେ ଆରମ୍ଭ ହୋଇଥିବା ଗ୍ରାଣ୍ଡ ଫିନାଲରେ ୬ ଜଣ ଫାଇନାଲିଷ୍ଟ ସିଦ୍ଧାର୍ଥ ଶୁକ୍ଳା, ଆସିମ ରିୟାଜ, ଶହନାଜ ଗିଲ୍, ରଶ୍ମୀ ଦେଶାଇ, ଆରତୀ ସିଂହ ଏବଂ ପାରଶ ଛାୱଡା ରହିଥିଲେ । ସର୍ବପ୍ରଥମେ ପାରଶ ଛାୱଡା ୧୦ ଲକ୍ଷ ଟଙ୍କା ନେଇ ସୋ’ରୁ ବାହାରି ପଡିଥିଲେ । ଏହାପରେ ଆରତୀ ସିଂହ, ରଶ୍ମି ଦେଶାଇ, ଶେହନାଜ୍ ଗିଲ୍ ସୋ’ ରୁ ବାହାରିଥିଲେ । ଶେଷରେ ଆସୀମ ଏବଂ ସିଦ୍ଧାର୍ଥଙ୍କ ମଧ୍ୟରେ ଟକ୍କର ହୋଇଥିଲା । ଏହାର ବାଜିମାତ୍ କରିଥିଲେ ସିଦ୍ଧାର୍ଥ । ବିଜେତା ସିଦ୍ଧାର୍ଥଙ୍କୁ ୪୦ ଲକ୍ଷ ଟଙ୍କା ଏକ ଟ୍ରଫି ପ୍ରଦାନ କରାଯାଇଥିଲା ।
👍  , , , , , , , ,
properties (23)
post_id84,435,814
authoramanprem
permlinkr6d77f35xk
categorysteempress
json_metadata{"community":"steempress","app":"steempress","tags":["steempress","blog","atrnews-entertainmentbiggboss13"],"canonical_url":"https:\/\/atrnews.in\/entertainment\/bigg-boss-13-winner-sidharth-shukla\/"}
created2020-02-16 07:05:06
last_update2020-02-16 07:05:06
depth0
children0
net_rshares1,271,682,360,115
last_payout2020-02-23 07:05:06
cashout_time1969-12-31 23:59:59
total_payout_value0.108 SBD
curator_payout_value0.126 SBD
pending_payout_value0.000 SBD
promoted0.000 SBD
body_length1,239
author_reputation32,692,222,381,271
root_title"ବିଗ୍ ବସ୍ ସିଜିନ୍ ୧୩ ର ବିଜେତା ହେଲେ ସିଦ୍ଧାର୍ଥ ଶୁକ୍ଳା"
beneficiaries
0.
accountsteempress
weight1,500
max_accepted_payout1,000,000.000 SBD
percent_steem_dollars10,000
author_curate_reward""
vote details (9)