ପଲିଥିନ ଫ୍ୟାକ୍ଟ୍ରିରେ ଚଢାଉ by amanprem

View this thread on steempeak.com
· @amanprem · (edited)
$0.28
ପଲିଥିନ ଫ୍ୟାକ୍ଟ୍ରିରେ ଚଢାଉ
<center>https://atrnews.in/wp-content/uploads/2020/01/Polythene-Bags-1024.jpg</center> <br/>ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପଲିଥିନ ଓ ପ୍ଲାଷ୍ଟିକ ବ୍ୟବହାର ଉପରେ କଟକଣା ଜାରି କରିଛନ୍ତି । ଏହା ସହ ଉତ୍ପାଦନ ନିୟନ୍ତ୍ରଣ କରିବାରେ ପଦକ୍ଷେପ ଗ୍ରହଣ କରୁଛନ୍ତି । ତେବେ ଏହା ଭିତରେ କିଛି ପଲିଥିନ୍ ଫ୍ୟାକ୍ଟ୍ରି ଏବେବି ବେଆଇନ ଭାବେ କାରବାର କରୁଛନ୍ତି । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ପଲିଥିନ କାରାଖାନା ଉପରେ ଚଢାଉ କରାଯାଉଛି । ସୂଚନା ଅନୁସାରେ ବିଏମସି, ବିଡିଏ, ରାଜ୍ୟ ପ୍ରଦୂଷର ନିୟନ୍ତ୍ରଣ ବୋର୍ଡ ଓ ପୋଲିସ ବିଭାଗ ମିଳିତ ଭାବେ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯାଇ ଚଢାଉ କରାଯାଇଛି । ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ବେଆଇନ ଭାବେ ପଲିଥିନ କାରାଖାନା କାର୍ଯ୍ୟକରୁଥିବା ଖବର ବିଏମସି କମିସନର ପ୍ରେମଚନ୍ଦ୍ର ଚୌଧାରୀ ପାଇଥିଲେ । ଏହାକୁ ଯାଞ୍ଚ କରିବା ପାଇଁ କମିଶନର ଅତିରିକ୍ତ କମିସନର ଅବନିକାନ୍ତ ପଟ୍ଟନାୟକଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ସଙ୍ଗେ ସଙ୍ଗେ ଡେପୁଟି କମିଶନର ପ୍ରମୋଦ କୁମାର ପୃଷ୍ଟିଙ୍କ ନେତୃତ୍ୱରେ ଗତକାଲି ୪ଟି କାରାଖାନାରେ ଚଢାଉ କରିଥିଲେ । ସେଥିମଧ୍ୟରୁ ୨ଟି କାରଖାନା ଉପରେ ପଲିକେମ୍ ଇଣ୍ଡିଆ ଓ ନନ୍ଦିମେଟାଲ୍ ରୋଲିଂ ମିଲ୍ସରେ ଉଭୟ ୫୦ ମାଇକ୍ରୋନରୁ ଅଧିକ ଓ କମ ଉତ୍ପାଦନ ହେଉଥିବା ଜଣାପଡିଥିଲା । ଏହି ୨ଟି କାରଖାନାର ଟ୍ରେଡ୍ ଲାଇସେନ୍ସ ରାଜ୍ୟ ପ୍ରଦୂଷର ବୋର୍ଡରୁ କୌଣସି ପ୍ରକାରର ପଞ୍ଜିକରଣ ନଥିବାର ଜଣାପଡିଛି । ବେଆଇ଼ନ୍ ଭାବେ କମ୍ ମାନର ପଲିଥିନ୍ ପ୍ରସ୍ତୁତି ତଥା ପଲିଥିନ୍ ଜବତ ଓ ସ୍ଥାନାନ୍ତର ଇତ୍ୟାଦି ନିମନ୍ତେ ପଲିକେମ୍ ଇଣ୍ଡିଆକୁ ୩୦ ହଜାର ଏବଂ ନନ୍ଦିମେଟାଲ୍ ରୋଲିଂ ମିଲ୍ସକୁ ୨୦ ହଜାର ଟଙ୍କା ଜରିମାନା କରାଯାଇଛି।
👍  , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , and 49 others
properties (23)
post_id83,872,356
authoramanprem
permlinkxikvn5avgt
categorysteempress
json_metadata{"community":"steempress","app":"steempress","image":["https:\/\/atrnews.in\/wp-content\/uploads\/2020\/01\/Polythene-Bags-1024.jpg"],"tags":["steempress","blog","atrnews-odisha"],"canonical_url":"https:\/\/atrnews.in\/odisha\/bmc\/"}
created2020-01-29 09:05:06
last_update2020-01-29 09:21:21
depth0
children0
net_rshares1,677,715,832,414
last_payout2020-02-05 09:05:06
cashout_time1969-12-31 23:59:59
total_payout_value0.131 SBD
curator_payout_value0.148 SBD
pending_payout_value0.000 SBD
promoted0.000 SBD
body_length1,221
author_reputation32,692,222,381,271
root_title"ପଲିଥିନ ଫ୍ୟାକ୍ଟ୍ରିରେ ଚଢାଉ"
beneficiaries
0.
accountsteempress
weight1,500
max_accepted_payout1,000,000.000 SBD
percent_steem_dollars10,000
author_curate_reward""
vote details (113)