create account

ଦେବଦୂତ ସାଜିଲେ ଡାକ୍ତର by amanprem

View this thread on steemit.com
· @amanprem · (edited)
$0.49
ଦେବଦୂତ ସାଜିଲେ ଡାକ୍ତର
<center>https://atrnews.in/wp-content/uploads/2019/11/docter.png</center> <br/>କଲ୍ୟାଣସିଂହପୁର(ଏଟିଆର ବ୍ୟୁରୋ): ପୁଣି ଚର୍ଚ୍ଛାରେ ଡାକ୍ତର । ନିଜର କର୍ତ୍ତବ୍ୟ ନିଷ୍ଠା ଦେଖାଇଛନ୍ତି ଡାକ୍ତର । ଜଣେ ଗର୍ଭବତୀ ମହିଳାଙ୍କୁ ଷ୍ଟ୍ରେଚରରେ ବୋହିଲେ ଡାକ୍ତର । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଜାଲିଗଡ ବ୍ଲକ ମାଳିଯୁବାଙ୍ଗ ପଞ୍ଚାୟତ ଅନ୍ତର୍ଗତ ମାଣ୍ଡିପିଟା ଗାଁରେ । ସୂଚନା ଅନୁସାରେ ସଂଗୀତା ମାଝି ନାମକ ଜଣେ ମହିଳା ଗତକାଲି ବିଳମ୍ବିତ ରାତିରେ ପ୍ରସବ ଜନିତ ବେଦନା ଅନୁଭବ କରିଥିଲେ । ଧିରେ ଧିରେ ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଥିଲା ।

ମହିଳାଙ୍କ ସ୍ୱାମି ପୁଙ୍ଗାରା ମାଝୀ ତାଙ୍କୁ ମେଡିକାଲ ନେବା ପାଇଁ ଆଖ ପାଖ ପଡିଶା ମାନଙ୍କୁ ଡାକ ପକାଇଥିଲେ । ହେଲେ ଶୀତୁଆ ରାତିରେ ତାଙ୍କୁ ସାହାର୍ଯ୍ୟ କରିବା ପାଇଁ କେହି ଆସିନଥିଲେ । ତେବେ ଏହା ପରେ ପୁଙ୍ଗାରା ଏକା ଚାଲି ଚାଲି ଗାଁରୁ ୫କି.ମି ଦୂରରେ ଥିବା ଡିପି ବଙ୍କାକୁଣ୍ଡୁ ସ୍ଥିତ ମା ସନ୍ତୋଷୀ ଜନକଲ୍ୟାଣ ଫାଉଣ୍ଡେସନର ଡାକ୍ତରଖାନାରେ ପହଞ୍ଚିଥିଲେ । ସେହି ସମୟରେ ଡାକ୍ତରଖାନାରେ କେବଳ ପରିଚାଳକ ଚିତ୍ତରଂଜନ ନନ୍ଦ ଉପସ୍ଥିତ ଥିଲେ ।

ପୁଙ୍ଗାରାଙ୍କ ଠାରୁ ସମସ୍ତ କଥା ଜାଣିବା ପରେ ଚିତ୍ତରଂଜନ ଅନ୍ୟ ଡାକ୍ତର ମାନଙ୍କ ସହ ଯୋଗାଯୋଗ କରିଥିଲେ । ଏହା ସହ ଏମଏଚୟୁ ରୁ ଗାଡି ଧରି ଚିତ୍ତରଂଜନ ଗାଁକୁ ବାହାରିଥିଲେ । ତାଙ୍କ ସାଙ୍ଗରେ ଡାକ୍ତର ସମରେନ୍ଦ୍ର ପାତ୍ର, ମହିଳା ସ୍ୱାସ୍ଥ୍ୟ କର୍ମୀ କବିତ ଧାଙ୍ଗଡାମାଝି,ଆଶା କର୍ମୀ ସାନ୍ତରା ହରିଜନ, ଫାର୍ମାସିଷ୍ଟ ଅରୁଣ ସେଠୀ ଯାଇଥିଲେ ।ହେଲେ ଗାଁକୁ ଭଲ ରାସ୍ତା ନଥିବାରୁ ସେମାନେ ଗାଁ ଠାରୁ ୨ କିଲୋମିଟର ଦୂରରେ ଅଟକିଯାଇଥିଲେ । ଏହା ପରେ ଏକ ଷ୍ଟ୍ରେଚର ନେଇ ଗର୍ଭବତୀ ମହିଳାଙ୍କ ପଖରେ ପହଞ୍ଚିଥିଲେ ।

ସେଠାରୁ ସେମାନେ ମିଶି ଗର୍ଭବତୀ ମହିଳାଙ୍କୁ ଷ୍ଟ୍ରେଚରରେ ବୋହି ଗାଡି ନିକଟକୁ ଆଣିଥିଲେ । ତେବେ ଗାଡିରେ ଗର୍ଭବତୀ ମହିଳାଙ୍କୁ ଡିପି ବଙ୍କାକୁଣ୍ଡୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ମହିଳାଙ୍କ ସ୍ଥିତି ବିଗିଡିବାରୁ ତାଙ୍କୁ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ବର୍ତ୍ତମାନ ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବାର ଜଣାପଡିଛି ।
👍  , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , and 1020 others
properties (23)
post_id81,880,441
authoramanprem
permlinkkx0omqgbny
categorysteempress
json_metadata{"community":"steempress","app":"steempress","image":["https:\/\/atrnews.in\/wp-content\/uploads\/2019\/11\/docter.png"],"tags":["steempress","blog","atrnews-odisha"],"canonical_url":"https:\/\/atrnews.in\/odisha\/doctor-help-in-mid-night\/"}
created2019-11-20 03:38:03
last_update2019-11-20 07:49:06
depth0
children0
net_rshares2,926,277,891,419
last_payout2019-11-27 03:38:03
cashout_time1969-12-31 23:59:59
total_payout_value0.258 SBD
curator_payout_value0.229 SBD
pending_payout_value0.000 SBD
promoted0.000 SBD
body_length1,546
author_reputation28,256,027,925,444
root_title"ଦେବଦୂତ ସାଜିଲେ ଡାକ୍ତର"
beneficiaries
0.
accountsteempress
weight1,500
max_accepted_payout1,000,000.000 SBD
percent_steem_dollars10,000
author_curate_reward""
vote details (1084)