ଓଏଏସ ସ୍ତରରେ ଅଦଳ ବଦଳ by amanprem

View this thread on steempeak.com
· @amanprem ·
$0.26
ଓଏଏସ ସ୍ତରରେ ଅଦଳ ବଦଳ
<center>https://atrnews.in/wp-content/uploads/2020/01/Govt-Jobs-in-Odisha.jpg</center> <br/>ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ଓଏଏସ ସ୍ତରରେ ବଡଧରଣର ଅଦଳ ବଦଳ କରାଯାଇଛି । ଜଳସମ୍ପଦ ବିଭାଗର ସ୍ୱତନ୍ତ୍ର ସଚିବ ପ୍ରଦୀପ କୁମାର ଦାଶଙ୍କୁ ଇସ୍ପାତ ଓ ଖଣି ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି କରାଯାଇଛି । ସେହିପରି ବରିଷ୍ଠ ଓଏଏସ ବିଣ୍ଣୁପ୍ରସାଦ ମିଶ୍ରଙ୍କୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଭାବେ ବଦଳି କରାଯାଇଥିବା ବେଳେ ବିଭୂପ୍ରସାଦ ଷଡଙ୍ଗୀଙ୍କୁ ଓଏସଏସଏସସି ସଚିବ ଭାବେ ଅବସ୍ଥାପିତ କରାଯାଇଛି । ସେହିପରି ଅଭୟ କୁମାର ନାୟକଙ୍କୁ ଜଳସମ୍ପଦ ବିଭାଗର ଅତିରିକ୍ତ ସଚିବ ଭାବେ, ଉଦ୍ଧବ ଚରଣ ମାଝୀଙ୍କୁ କେନ୍ଦୁଝର ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ, କୃଷ୍ଣ ପ୍ରସାଦ ପତିଙ୍କୁ ପଞ୍ଚାୟତି ରାଜ ବିଭାଗର ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରିବାକୁ କୁହାଯାଇଛି ।

ସେହିପରି ଲକ୍ଷ୍ମଣ କୁମାର ମଲ୍ଲିକଙ୍କୁ ଦେବଗଡ଼ ଜିଲ୍ଲା ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ, ଭିନସେଣ୍ଟ ପୁନାମକାନ୍ତ ଏକ୍କାଙ୍କୁ ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳ, ପ୍ରକାଶ ଚନ୍ଦ୍ର ବେହେରାଙ୍କୁ ବାଲେଶ୍ୱର ଜିଲ୍ଲା ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ, ସର୍ବେଶ୍ୱର ସିଂଙ୍କୁ ଓଡ଼ିଶା ଲୋକାୟୁକ୍ତ କାର‌୍ୟ୍ୟାଳୟରେ ଉପନିର୍ଦ୍ଦେଶକ(ତଦନ୍ତ), ଉଷାରାଣୀ ସାହୁଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଯୁଗ୍ମ ସଚିବ, ମନୋଜ କୁମାର ପାଢ଼ୀଙ୍କୁ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ, ମନୋରଞ୍ଜନ ମଲ୍ଲିକଙ୍କୁ ଗଜପତି ଜିଲ୍ଲା ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ, କିଶୋର ଚନ୍ଦ୍ର ସ୍ୱାଇଁଙ୍କୁ ବାଲେଶ୍ୱର ଉପଜିଲ୍ଲାପାଳ,ଶରତ ଚନ୍ଦ୍ର ପଣ୍ଡାଙ୍କୁ ରାୟଗଡ଼ା ଅତିରିକ୍ତ ଜିଲ୍ଲାପାଳ, ପ୍ରକାଶ ଚନ୍ଦ୍ର ମହାନ୍ତିଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଯୁଗ୍ମ ସଚିବ, ପ୍ରଶାନ୍ତ କୁମାର ରାଉତଙ୍କୁ ନବରଙ୍ଗପୁର ଉପଜିଲ୍ଲାପାଳ, ଯସ୍ମିନ ପଟ୍ଟନାୟକଙ୍କୁ ରାଜସ୍ୱ ଓ ବିପର‌୍ୟ୍ୟୟ ପ୍ରଶମନ ବିଭାଗର ଯୁଗ୍ମ ସଚିବ ଓ ରଞ୍ଜନ କୁମାର ଜେନାଙ୍କୁ ବାଙ୍କି ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଛି।
👍  , , , , , , , , , ,
properties (23)
post_id83,558,680
authoramanprem
permlinky6c3gd1oks
categorysteempress
json_metadata{"community":"steempress","app":"steempress","tags":["steempress","blog","atrnews-odisha"],"canonical_url":"https:\/\/atrnews.in\/odisha\/a-big-reshuffle-in-oas\/"}
created2020-01-19 06:20:03
last_update2020-01-19 06:20:03
depth0
children0
net_rshares1,556,973,725,971
last_payout2020-01-26 06:20:03
cashout_time1969-12-31 23:59:59
total_payout_value0.119 SBD
curator_payout_value0.139 SBD
pending_payout_value0.000 SBD
promoted0.000 SBD
body_length1,431
author_reputation32,692,222,381,271
root_title"ଓଏଏସ ସ୍ତରରେ ଅଦଳ ବଦଳ"
beneficiaries
0.
accountsteempress
weight1,500
max_accepted_payout1,000,000.000 SBD
percent_steem_dollars10,000
author_curate_reward""
vote details (11)